This book is for second-year Arts stream students in Odisha. It follows the CHSE Odisha syllabus. The book covers advanced topics related to arts education. It helps students understand art, culture, and creativity in more depth.
The language is simple and easy to read. It includes examples and activities for better learning. The book is useful for both self-study and classroom study. It also has important questions for exams.
Students can download the PDF for quick access. This book is a helpful guide for those interested in arts and culture.
ମୁଖବନ୍ଧ
ଏହି ପାଠ୍ୟପୁସ୍ତକଟି ଉଚ୍ଚମାଧ୍ଯମିକ ଶିକ୍ଷା ସ୍ତରର ଦ୍ୱିତୀୟ ବର୍ଷ ପାଇଁ ଶିକ୍ଷା ପାଠ୍ୟ ବିଷୟରେ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶାଙ୍କ ଦ୍ଵାରା ୨୦୧ ୬- ୨୦ ୧୭ ଶିକ୍ଷାବର୍ଷ ଠାରୁ ନିର୍ଦ୍ଧାରିତ ପାଠ୍ୟକ୍ରମ ଅନୁଯାୟୀ ପ୍ରସ୍ତୁତ ହୋଇଛି । ଉଚ୍ଚମାଧ୍ୟମିକ ସ୍ତରରେ 'ଶିକ୍ଷା' ବିଷୟକୁ ଏକ ଇଚ୍ଛାଧୀନ ପାଠ୍ୟ ବିଷୟରୂପେ ଚୟନ କରିଥିବା ଶିକ୍ଷାର୍ଥୀମାନଙ୍କ ପକ୍ଷେ ଏହି ବିଷୟର ଅଧ୍ଯୟନ ସମ୍ପୂର୍ଣ୍ଣ ଭାବେ ନୂଆ ହୋଇଥିବାରୁ ପାଠ୍ୟପୁସ୍ତକଟିର ରଚନାକୁ ଯଥାସମ୍ଭବ ସରଳ ଏବଂ ସାବଲୀଳ କରିବାର ପ୍ରୟାସ କରାଯାଇଛି ।
ଆଶା କରାଯାଏ ଏହା ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅପେକ୍ଷାକୃତ ସହଜ ଓ ସୁଖପାଠ୍ୟ ରୂପେ ଆଦୃତ ହୋଇପାରିବ । “ବ୍ୟୁରୋ ଉଚ୍ଚମାଧ୍ୟମିକ ଶିକ୍ଷା ( ଦ୍ଵାଦଶ ଶ୍ରେଣୀ)” ପାଠ୍ୟପୁସ୍ତକଟି ଉଚ୍ଚ ମାଧ୍ଯମିକ ଶିକ୍ଷାସ୍ତରର ଦ୍ଵାଦଶ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ।
ଶିକ୍ଷାର୍ଥୀମାନଙ୍କ ପକ୍ଷେ “ ଶିକ୍ଷା ବିଷୟଟିର ଅଧ୍ୟୟନ ସମ୍ପୂର୍ଣ ନୂଆ ହୋଇଥୁବାରୁ ଏହି ପାଠ୍ୟପୁସ୍ତକରେ ଏହି ବିଷୟ ସମ୍ପର୍କିତ କେତେକ ମୌଳିକ ବିଷୟବସ୍ତୁ ଯଥା : ଦାର୍ଶନିକମାନଙ୍କର ଶିକ୍ଷା କ୍ଷେତ୍ରକୁ ଅବଦାନ, ଶିକ୍ଷଣ ପ୍ରକ୍ରିୟା, ଅଭିପ୍ରେରଣା, ଶିକ୍ଷଣର ଅର୍ଥ ଓ ସ୍ଵରୂପ, ବିଦ୍ୟାଳୟ ଶିକ୍ଷାର ସମସ୍ୟାବଳୀ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, ଶୈକ୍ଷିକ ପରିସଂଖ୍ୟାନ ଆଦି ସନ୍ନିବେଶିତ ହୋଇଛି ।
ପ୍ରଥମ ଅଧ୍ୟାୟଟିରେ ଦାର୍ଶନିକମାନଙ୍କର ଶିକ୍ଷା କ୍ଷେତ୍ରକୁ ଅବଦାନ ସମ୍ପର୍କରେ ବିଶେଷ କରି ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦାର୍ଶନକ ତଥା ଶିକ୍ଷାବିତ୍ଙ୍କ ତ ଓ ଅବଦାନ ପର୍ଯ୍ୟାଲୋଚନା କରାଯାଇଛି ।
ଦ୍ୱିତୀୟ ଅଧ୍ୟାୟରେ ଶିକ୍ଷଣର ଅର୍ଥ ଓ ସ୍ଵରୂପ, ଶିକ୍ଷଣର ତ ,, ଶିକ୍ଷଣର ଅଭିପ୍ରେରଣା, ଶିକ୍ଷଣକୁ ପ୍ରଭାବିତ କରୁଥୁବା କାରକ, ପର୍ଯ୍ୟବେକ୍ଷଣ ଆଧାରିତ ଶିକ୍ଷଣ, ଜ୍ଞାନ ରଚନା ହି ଶିକ୍ଷଣ ଆଦି ନୂତନ ବିଷୟବସ୍ତୁ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଅବଗତ କରାଇବାର ପ୍ରୟାସ କରାଯାଇଛି ।
No comments:
Post a Comment